ଆଦିଶକ୍ତି ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର।
ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ମା'ଙ୍କୁ ଦର୍ଶନ କରିବା ସହ ଅଧଘଣ୍ଟାଏ ଧରି ପୂଜାର୍ଚନା କରିଥିଲେ। ପରେ ମନ୍ଦିରର ବେଢା ବୁଲିବା ସହ ପାହାଚ ରାସ୍ତା, ରୋପୱେ ସମେତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶିକାଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇଥିଲେ।